କରୋନା ୮ ପାଇଁ ଝାରସୁଗୁଡା ଉପକାରାଗରରୁ କଏଦୀଙ୍କୁ ବୋଲେରୋ ଛଡାଗଲା

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା କଟକଣାକୁ ପାଳନ କରିବା ସହ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଇ ଝାରସୁଗୁଡା ଉପକାରାଗରରୁ କଏଦୀମାନଙ୍କୁ ପେରୋଲ ଓ ବେଲରେ ଛଡାଯାଇଛି। ଏବେ ୧୪ ଜଣ କଏଦୀଙ୍କୁ ଛଡାଯାଇଥିବା ବେଳେ ଆଗାମୀ ଦିନରେ ଆହୁରି କିଛି କଏଦୀଙ୍କୁ ଛଡା ଯିବା ନେଇ ଜେଲର ଦେବେନ୍ଦ୍ର ଥାଟି ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲା ଦୌରା ଜଜଙ୍କ ଅଧ୍ୟକ୍ଷତାରେ ଥିବା ଅଣ୍ଡର ଟ୍ରାଏଲ କମିଟି ଅଧିନରେ ବିଚାର ଚାଲିଥିବା ଶ୍ରୀ ଥାଟି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ସର୍ବାଧିକ ୭ ବର୍ଷ ଦଣ୍ଡାଦେଶ ଥିବା କଏଦୀଙ୍କ ମଧ୍ୟରୁ ୨୨ ଜଣଙ୍କୁ ବେଲରେ ଛାଡିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଏବେ ଅଣ୍ଡର ଟ୍ରାଏଲ କମିଟିର ବିଚାରଧିନ ଥିବାବେଳେ ୧୪ ଜଣଙ୍କ ଜାମିନ ମଞ୍ଜୁର ହୋଇସାରିଛି।