୮ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଯୁବକ ଅଟକ

ପଦ୍ମପୁର,ଏନ୍ଏନ୍ଏସ୍: ଉଦ୍ଧାର ହେଲା ୮ କିଲୋ ଓଜନର ବଜ୍ରକାପ୍ତା। ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅନ୍ତର୍ଗତ ଜାମପାଲି ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ।

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ସମୟରେ ଏକ ବଜ୍ରକାପ୍ତା ଏସଟିଏଫ ଦ୍ଵାରା ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ବଜ୍ରକାପ୍ତାଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ଚୋରା ଚାଲାଣ ସନ୍ଦେହରେ ଜଣେ ୧୯ ବର୍ଷ ବୟସ୍କ ଯୁବକଙ୍କୁ ବନ ବିଭାଗ ଅଟକ ରଖିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ଉଦ୍ଧାର ବଜ୍ରକାପ୍ତାର ଓଜନ ପ୍ରାୟ ୮ କିଲୋ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।