ମୟୂରଭଞ୍ଜରୁ ଚିହ୍ନଟ ହେଲେ ୮ କରୋନା ପଜିଟିଭ

ବାରିପଦା,ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇ ଫରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଶୁକୃଳି ଓ ବିଜାତୋଳା ଆଦି ପ୍ରତ୍ୟେକ ବ୍ଲକ ଅଞ୍ଚଳ ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ଲେଖାଏଁ ମୋଟ ୪ ଜଣ ଏବଂ ଶାମାଖୁଣ୍ଟା ବ୍ଲକ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଅନ୍ତେବାସୀ ଥିବାବେଳେ ବିଶୋଇ ବ୍ଲକ୍ରୁ ଜଣେ, ଗୋପବନ୍ଧୁନଗର ବ୍ଲକ୍ରୁ ଜଣେ ଏବଂ ଓ କଟକରେ ଚିକିତ୍ସାଧୀନ ଥିବା କପ୍ତିପଦା ବ୍ଲକ ଅଞ୍ଚଳରୁ ଜଣକୁ ମିଶାଇ ମୋଟ ୩ ଜଣ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ଏହି ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବା ସଙ୍ଗେସଙ୍ଗେ ସେମାନଙ୍କ ଯାତ୍ରା ବିବରଣୀକୁ ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ତେବେ ଆଜିର ୮ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୬୭ରେ ପହଞ୍ଚିଛି।