ବରଗଡ଼ରେ ୮ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ଶୁକ୍ରବାର ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ୮ ଜଣ ଚିହ୍ନଟ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣେ ଭେଡେନ ବ୍ଲକ୍ ରେଶମ ଗ୍ରାମର ହୋଇଥିବାବେଳେ ଦୁଇଜଣ ସାଲେପାଲି ଗ୍ରାମର ଏବଂ ତିନି ଜଣ ଅତାବିରା ଏନ୍ଏସିର ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ସେହିପରି ଗୋଡ଼ଭଗା ଟିଏମସିରୁ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ ବିଜେପୁର ଏନ୍ଏସିର ହାଇଦ୍ରାବାଦ ଫେରନ୍ତା ଥିବା ସୂଚନା ମିଳିଛି।