ବସ୍ତି ବଢ଼ାଉଛି ଚିନ୍ତା: ରାଜଧାନୀରୁ ୨୪୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍; ଭୁବନେଶ୍ୱରରୁ ଆଜି ୨୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦୭ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଅଧିକାଂଶ ବସ୍ତିବାସିନ୍ଦା ରହିଥିବା ଜଣାପଡ଼ିଛି। ଏଥିସହିତ ୨୯ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବିଜେବିନଗର ମହିଷାଖାଲ ବସ୍ତିରୁ ୪୫ଜଣ, ନୟାପଲ୍ଲୀ ସୀତାପୁର ବସ୍ତିରୁ ୨୦ ଜଣ, ନୟାପଲ୍ଲୀ ତ୍ରିନାଥ ବସ୍ତି ଓ ଗାନ୍ଧି ବସ୍ତିରୁ ୬ଜଣ ଲେଖାଏଁ ରହିଛନ୍ତି। ଅନ୍ୟପଟେ ଏକ ଘରୋଇ ହସ୍ପିଟାଲର ୨୭ଜଣ କର୍ମଚାରୀ ରହିଛନ୍ତି

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧୭କୁ ବୃଦ୍ଧି ପାଇଥିବାବେଳେ ୮୩୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ଜଣଙ୍କର ମୃତ୍ୟୁ ଘଟିଛି ଓ ୮୭୦ଜଣ ଚିକିତ୍ସାଧୀନ ଅଛନ୍ତି।