ଚାଇଲ୍ଡଲାଇନ ପକ୍ଷରୁ ୮ ଜଣ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ବସଷ୍ଟାଣ୍ଡ ଠାରେ ଆଜି ଚାଇଲ୍ଡଲାଇନ ପକ୍ଷରୁ ଚଢ଼ାଉ କରାଯାଇ ୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଜଣେ ଦଲାଲଙ୍କୁ ଅଟକ ରଖିଥିବା ପଚରାଉଚ୍ରା ଜରି ରଖିଛି।

ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚିଡ଼ିପାଲ୍ଲୀ ଗ୍ରାମର ଜଣେ ଦଲାଲ କୁଡ଼ୁମୁଲୁଗୁମ୍ମା ଅଂଚଳର ଶିଶୁମାନଙ୍କୁ ଲଙ୍କା ତୋଳିବା ପାଇଁ ଆନ୍ଧପ୍ରଦେଶକୁ ନେଉଥିଲେ। ମାଲକାନଗିରି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ସମୟରେ ଚାଇଲ୍ଡଲାଇନ ଖବର ପାଇଥିଲେ। ପରେ ଚାଇଲ୍ଡଲାଇନର ଟିମ ସଦସ୍ୟ ସୁକାନ୍ତି ବିଶ୍ୱାଳ ଓ ସୌମ୍ୟ ରଞ୍ଜନ ସ୍ୱାଇଁ ବସଷ୍ଟାଣ୍ଡରେ ପହଂଚି ଦଲାଲକୁ ଅଟକ ରଖିବା ସହ ୮ ଜଣ ଶିଶୁଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ଦଲାଲକୁ ପଚରାଉଚରା ଜାରୀ ରହିଥିବା ବେଳେ ପରେ ଶିଶୁ ମଙ୍ଗଳ କମିଟି ନିକଟରେ ଶିଶୁଙ୍କୁ ହସ୍ଥାନ୍ତର କରାଯିବ ବୋଲି ଜଣାପଡ଼ିଛି।