ଏଣିକି ୬ ବର୍ଷରେ ଥରେ ବଦଳିବେ କିରାଣୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବିଇଓ, ଡିଇଓ କାର୍ଯ୍ୟାଳୟରେ ଥିବା କିରାଣୀଙ୍କୁ ଏଣିକି ୬ ବର୍ଷରେ ଥରେ ବଦଳି କରାଯିବ । ୬ ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ ଥିଲେ ଅନ୍ୟତ୍ର ବଦଳି କରାଯିବ। ଶିକ୍ଷାବିଭାଗ ଆରମ୍ଭରୁ ଏହି ବଦଳି କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।