ହାଇଦ୍ରାବାଦରେ ୮ ସିଂହ କରୋନା ସଂକ୍ରମିତ

ହାଇଦ୍ରାବାଦ,ଏଜେନ୍ସି ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରୁ ୮ଟି ଏସିଆଟିକ ସିଂହ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭାରତରେ ଏହା ପ୍ରଥମ ଘଟଣା। ପ୍ରାଣୀ ଉଦ୍ୟାନର ଉଚ୍ଚ ପଦସ୍ଥ କର୍ମଚାରୀ ଜଣେ କହିଛନ୍ତି ଯେ ଆରଟି-ପିସିଆର ରିପୋର୍ଟରେ ସିଂହ ଗୁଡିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି ଷ୍ଟ୍ରେନ୍ ମନୁଷ୍ୟ ମାନଙ୍କ ପାଖରୁ ପଶୁମାନଙ୍କୁ ଆସିଛି କି ନାହିଁ ଏହା ଜାଣିବା ପାଇଁ ସିସିଏମବି ନମୁନା ଯାଞ୍ଚ କରାଯାଇଛି। ବୈଜ୍ଞାନିକ ମାନେ ପ୍ରାଣୀ ଉଦ୍ୟାନର ଅଧିକାରୀ ମାନଙ୍କୁ ସତର୍କ କରିବା ସହିତ ଶୀଘ୍ର ଚିକିତ୍ସା କରିବାକୁ କହିଛନ୍ତି। ଏହା ସହିତ ସେମାନଙ୍କ ଫୁସଫସ ସଂକ୍ରମଣର ପ୍ରଭାବ ଜାଣିବା ପାଇଁ ସିଂହମାନଙ୍କର ସିଟି ସ୍କାନ୍ କରାଯିବ।