ସୁନୀଲ ବଂଶଲ ହେବେ ନୂଆ ପୁଲିସ ଡିଜି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ନୂଆ ପୁଲିସ ଡିଜି ହେବାକୁ ଯାଉଛନ୍ତି ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚର ଆଇପିଏସ୍ ଶ୍ରୀ ବଂଶଲ ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ସୁନୀଲ ବଂଶଲ ଡିଜିପି ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ଡିପିଜି ଅଭୟ ଅବସର ନେବାକୁ ଯାଉଛନ୍ତି।

ଏହି ପରିପ୍ରେକ୍ଷୀରେ ସୁନୀଶ ବଂଶଲ କହିଛନ୍ତି ଯେ, ଓଡ଼ିଶା ଫେରିଲେ ଖୁସି ହେବି। ଭଲ ଭାବେ ରାଜ୍ୟର ସେବା କରିବା ପାଇଁ ଚେଷ୍ଟା କରିବି। ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ମୋତେ କୌଣସି ନିର୍ଦ୍ଦେଶନାମା ମିଳିନାହିଁ।