ଦେଶରେ ଦିନକରେ ପୁଣି ୭୮ ହଜାର ନୂଆ ମାମଲା: ମୃତ୍ୟୁସଂଖ୍ୟା ୬୬ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ୭୮ ହଜାର ୩୫୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧,୦୪୫ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୬୯ ହଜାର ହୋଇଥିବାବେଳେ ୬୬ ହଜାର ୩୩୩ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨୯ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ସକ୍ରିୟ ସଂକ୍ରମଣ ମାମଲା ୮ଲକ୍ଷ ରହିଛି। ସକ୍ରିୟ ସଂକ୍ରମଣ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ୩ଗୁଣା ଅଧିକ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଦେଶରେ କରୋନା ସଂକ୍ରମଣର ୫୪ ପ୍ରତିଶତ ମାମଲା ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ରହିଛିି। ଆଉ ମୃତ୍ୟୁ ମାମଲାର ୫୧ ପ୍ରତିଶତ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ରହିଛି।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୧୫, ୭୬୫ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଆନ୍ଧ୍ରପ୍ରଦେଶରୁ ୧୦ ହଜାର ୩୬୮, କର୍ଣ୍ଣାଟକରୁ ୯ ହଜାର ୫୮, ତାମୁଲନାଡ଼ୁରୁ ୫ ହଜାର ୯୨୮ ଓ ଉତ୍ତରପ୍ରଦେଶରୁ ୫ହଜାର ୩୪୩ ରହିଛନ୍ତି। ଅନ୍ୟପଟେ ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୩୨୦ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରୁ ୧୩୫, ତାମିଲନାଡ଼ୁରୁ ୯୬, ଆନ୍ଧ୍ରପ୍ରଦେଶରୁ ୮୪ ଓ ପଞ୍ଜାବରୁ ୫୯ ଜଣ ରହିଛନ୍ତି।