ଓରକେଲ ପୁଲିସକୁ ବଡ଼ ସଫଳତା, ୭୫ କିଲୋ ଗଞ୍ଜେଇ ଜବତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ସବ୍-ଇନ୍ସପେକ୍ଟର କୃତିବାସ ବେହେରା ଓ କିଛି ଷ୍ଟାପ୍ ଗାଡି ଯାଞ୍ଚ କରୁଥିବା ସମୟରେ ଏକ ଧଳା ରଙ୍ଗର ମହେନ୍ଦ୍ରା ବୋଲେରୋ(ଓଡି-୧୦ଜି-୬୨୦୧)କୁ ମଙ୍ଗଳଯୋଡି ଛକଠାରେ ଅଟକାଇଥିଲେ। ପୁଲିସ ବୋଲେରୋଟିକୁ ଯାଞ୍ଚ କରିବା ସମୟରେ ଏହାର ପଛପଟେ ୭୫.୨ କିଲୋ ଗଞ୍ଜେଇ ତିନୋଟି ପ୍ୟାକେଟରେ ରଖାଯାଇଥିବା ଦେଖିଥିଲା।

ଏହାପରେ ସଙ୍ଗେ ସଙ୍ଗେ ଗାଡିଟିକୁ ସିଜ କରାଯାଇଥିଲା। ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ହଜାର ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତର ନାମ ହେଉଛି ଉମାଶଙ୍କର ପାଣ୍ଡେ(୨୧)। ସେ କୁଡୁମୁଲୁଗୁମ୍ମା ଗ୍ରାମର ବୋଲି ଜଣାପଡିଛି। ସେ ଏହି ଗଞ୍ଜେଇକୁ ନେଇ ପଶ୍ଚିମବଙ୍ଗ ଯାଉଥିବା

ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି। ଶନିବାର ସକାଳେ କେସ୍ ନଂ ୧୯୧ ରେ ବୁକ୍ କରି ଉମାଶଙ୍କରକୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।