ମାଲ୍‌ଦା ପଞ୍ଚାୟତରେ ୭୫ ସୋଲାର୍ ଲାଇଟ୍ ସ୍ଥାପନକଲା ଟାଟା ଷ୍ଟିଲ୍

ଭୁବନେଶ୍ୱର/କଳମାଙ୍ଗ,ଏନ୍‌ଏନ୍‌ଏସ୍‌: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍ ଅଧୀନସ୍ଥ ମାଲ୍‌ଦା ପଞ୍ଚାୟତର ରାସ୍ତାକୁ ଆଲୋକିତ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ତରଫରୁ କଳମାଙ୍ଗ, ମାଲ୍‌ଦା, ମାଲ୍‌ଦା ବସ୍ତି, ସେଗା ସାହି, ଦେଓଘର, କାହ୍ନୁ ସାହି, ଗିଡେଇ, କେନାଭେଟା, କାକରପାଣି ଓ କାଟେସାହି ଆଦିରେ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୭୫ ସୋଲାର୍ ଲାଇଟ୍ ସ୍ଥାପନ କରାଯାଇଛି।

କଳମାଙ୍ଗ ଗ୍ରାମର ଶଙ୍ଖପୋଡାରେ ୬ଟି ସୋଲାର୍ ଲାଇଟ୍ ସ୍ଥାପନ ସହିତ ଏହି ଅଭିଯାନ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସୋଲାର୍ ଲାଇଟ୍‌ଗୁଡ଼ିକର ସ୍ଥାପନ କାର୍ଯ୍ୟ ୨୦୨୧ ନଭେମ୍ବର ୧୫ ସୁଦ୍ଧା ଶେଷ ହେବ। ସୋଲାର୍ ଲାଇଟ୍ ପ୍ରଦାନ କରୁଥିବା ପ୍ରମୁଖ ଲାଭ ହେଉଛି ପରିବେଶ ମିତବ୍ୟୟୀ ସମାଧାନ। ସୋଲାର୍ ଷ୍ଟ୍ରୀଟ୍ ଲାଇଟ୍ ସ୍ଥାପନ କରିବା ପରେ ଲୋକମାନେ ସମ୍ବଳର ଉଚିତ ବିନିଯୋଗ ଲାଗି ସୌର ଶକ୍ତି ଉପରେ ନିର୍ଭରଶୀଳ ରହିପାରିବେ।