Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଛୋଟ ଧରଣର ପରେଡର ଆୟୋଜନ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ସାଧାରଣ ଜନତା ଉପସ୍ଥିତିରେ ଏହି ପରେଡ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କୌଣସି ରାଷ୍ଟ୍ରର ଅତିଥିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇନାହିିଁ। ଗଣତନ୍ତ୍ର ଦିବସ ପରେଡ ଅବସରରେ ଆଜି ଭାରତ ପ୍ରଥମ ଥର ରାଫେଲ ଲଢୁଆ ବିମାନ ଉଡାଇବା ସହିତ ଟି-୯୦ ଟ୍ୟାଙ୍କ, ଇଲେକଟ୍ରୋନିକ ଯୁଦ୍ଧକ ପ୍ରଣାଳୀ, ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ସମେତ ନିଜର ଶକ୍ତି ପ୍ରଦର୍ଶନ କରିବ। ଏହି ଅବସରରେ ବାଂଲାଦେଶ ସେନାର ୧୨୨ଜଣ ଯବାନ ମଧ୍ୟ ରାଜପଥରେ ମାର୍ଚ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ସାଧାରଣତନ୍ତ୍ର ଦିବସ ପରେଡ଼ରେ ଏଥର ରାଜପଥରେ ସମୁଦାୟ ୩୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସେଥିରୁ ୧୭ଟି ହେଉଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର, ୬ଟି ପ୍ରତିରକ୍ଷା ମନ୍ତ୍ରାଳୟର ଏବଂ ୯ଟି କେନ୍ଦ୍ର ମନ୍ତ୍ରାଳୟ ଏବଂ ପାରାମିଲିଟାରି ଫୋର୍ସର। ଏହି ସବୁ ପ୍ରଜ୍ଞାପନ ମେଢ଼ରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆର୍ଥିକ ପ୍ରଗତି ଏବଂ ପ୍ରତିରକ୍ଷା ପରାକ୍ରମ ବର୍ଣ୍ଣିତ ହୋଇଛି।

ଏହାଛଡ଼ା ସ୍କୁଲ୍‌ ପିଲାଏ ଲୋକକଳା ଏବଂ କାରୁକଳା ଇତ୍ୟାଦି ପ୍ରଦର୍ଶନ କରିବେ। ଏଥିରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସୁନ୍ଦର ଲୋକନୃତ୍ୟ ବାଜାସାଲ ମଧ୍ୟ ପ୍ରଦର୍ଶନ ହେବ। ଏହି ଜାତୀୟ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଏବଂ ‘ଆତ୍ମନିର୍ଭର ଭାରତ’ ମଧ୍ୟ ପ୍ରଦର୍ଶନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଫେରିବା ପରେ ଆଜିର ସାଧାରଣତନ୍ତ୍ର ଦିବସ ପରେଡ଼‌ ଆରମ୍ଭ ହେବ। ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍‌ କରିଛନ୍ତି: ସମସ୍ତ ଭାରତବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା, ‘ଜୟ ହିନ୍ଦ୍’‌!