Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନଙ୍କୁ ପଦ୍ମ ବିଭୂଷଣ, ୫ ଓଡ଼ିଆଙ୍କୁ ପଦ୍ମଶ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନଙ୍କୁ ପଦ୍ମ ବିଭୂଷଣ, ୫ ଓଡ଼ିଆଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷ ୨୦୨୧ ପାଇଁ ବିଭିନ୍ନ ବର୍ଗରେ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ମୋଟ୍ ୧୧୯ ଜଣ ଏହି ପୁରସ୍କାର ପାଇବେ। ୭ ଜଣ ପଦ୍ମ ବିଭୂଷଣ, ୧୦ ଜଣ ପଦ୍ମଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ଏହି ତାଲିକାରେ ୬ ଓଡ଼ିଆ ମଧ୍ୟ ରହିଛନ୍ତି। ସୁପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବାକୁ ଯାଉଛନ୍ତି ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୁଷଣ। ସେହିଭଳି ରାଜ୍ୟରୁ ଅନ୍ୟ ୫ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ ହୋଇଛନ୍ତି।
ସାହିତ୍ୟ ଓ ଶିକ୍ଷା ବର୍ଗରେ ରାଜ୍ୟରୁ ୨ ଜଣ ପଦ୍ମଶ୍ରୀ ପାଇବେ। ସେମାନେ ହେଲେ ଡ. ରଜତ କୁମାର କର ଏବଂ ନନ୍ଦକିଶୋର ପୃଷ୍ଟି। ସେହିଭଳି ସମାଜସେବା ବର୍ଗରେ ଶାନ୍ତି ଦେବୀ, କଳାରେ ପୂର୍ଣ୍ଣମାସୀ ଯାନୀ ଏବଂ ମେଡିସିନ କ୍ଷେତ୍ରରେ ଡ. କ୍ରିଷ୍ଣା ମୋହନ ପାଠୀ ପଦ୍ମଶ୍ରୀ ପାଇବାକୁ ଯାଉଛନ୍ତି। ଭାସ୍କର୍ଯ୍ୟ ଶିଳ୍ପରେ ୮୧ ବର୍ଷୀୟ ଶ୍ରୀ ସାହୁ ପଦ୍ମ ବିଭୂଷଣ ପାଇବାରେ ଦ୍ୱିତୀୟ ଓଡ଼ିଆ ହେବେ। ତାଙ୍କ ପୂର୍ବରୁ ରଘୁନାଥ ମହାପାତ୍ର ଏହି କ୍ଷେତ୍ରରେ ସମାନ ପୁରସ୍କାର ପାଇଛନ୍ତି। ୧୯୭୭ ମସିହାରେ ଶ୍ରୀ ସାହୁ ପୁରୀ ଠାରେ ସୁଦର୍ଶନ ହସ୍ତଶିଳ୍ପ ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ। ପରେ ଓଡ଼ିଶା ସରକାରଙ୍କ ସହଯୋଗରେ ସେ ଭୁବନେଶ୍ୱର ଠାରେ ସୁଦର୍ଶନ କଳା ଓ ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠା କରିଛନ୍ତି। ସେଠାରେ ଛାତ୍ରଛାତ୍ରୀମାନେ ପଥର ଓ କାଠରେ ବିଭିନ୍ନ ହସ୍ତଶିଳ୍ପ ଓ କାରିଗରୀ ଜ୍ଞାନକୌଶଳର ତାଲିମ୍ ନେଉଛନ୍ତି।
ସେହିଭଳି ପଦ୍ମଶ୍ରୀ ପାଇବାକୁ ଯାଉଥିବା ଡ. ରଜତ କୁମାର କର ହେଉଛନ୍ତି ବିଶିଷ୍ଟ ସଂସ୍କୃତି ଗବେଷକ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସେ ଘୋଷକ ଭାବେ ବେଶ ଲୋକପ୍ରିୟ। ୧୯୫୯ ମସିହାକୁ ସେ ଅଲ୍ ଇଣ୍ଡିଆ ରେଡିଓରୁ ଏହି ଯାତ୍ରା ଆରମ୍ଭ କରିଥିଲେ। ୬୧ ବର୍ଷ ଧରି ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ସମାନଭାବେ ୭ ଦଶନ୍ଧି ଧରି ଆଦିବାସୀ ଅଧ୍ୟୁସିତ ରାୟଗଡ଼ା ଜିଲ୍ଲାରେ ଅନାଥ କନ୍ୟାଙ୍କ ପାଇଁ କାମ କରି ଚାଲିଥିବା ମହିୟସୀ ବ୍ୟକ୍ତିତ୍ୱ ହେଉଛନ୍ତି ଶାନ୍ତି ଦେବୀ। ସେବା ସମାଜ ନାଁରେ ସେ ଜିଲ୍ଲାର ୪ଟି ସ୍ଥାନରେ ଆଶ୍ରମ କରିଛନ୍ତି। ଏପରିକି ପୂର୍ବରୁ ସେ ପ୍ରସିଦ୍ଧ ଯମୁନାଲାଲ୍ ବଜାଜ ପୁରସ୍କାର ଏବଂ ୧୯୮୧ରେ ମହିଳା ଓ ଶିଶୁ ସେବାପାଇଁ ରାଷ୍ଟ୍ରପତି ପୁରସ୍କାର ପାଇସାରିଛନ୍ତି। ସେହିଭଳି ୧୦୨ ବର୍ଷ ବୟସରେ ଛୋଟ ଛୁଆଙ୍କୁ ଚାଟଶାଳୀରେ ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଥିବା ନନ୍ଦକିଶୋର ପୃଷ୍ଟି ଓରଫ୍ ନନ୍ଦ ମାଷ୍ଟ୍ରେ ପାଇବାକୁ ଯାଉଛନ୍ତି ପଦ୍ମଶ୍ରୀ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କନ୍ତିରା ଗାଁ’ର ନନ୍ଦ ମାଷ୍ଟ୍ରେଙ୍କର ଜୀବନ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ମାଇନର ସ୍କୁଲରୁ ସପ୍ତମ ପାସ୍ କରିଥିବା ଏହି ଶିକ୍ଷକଙ୍କ ପାଖରେ ପାଠ ପଢ଼ି ବହୁ ପିଲା ଆଜି ହାକିମ ମଧ୍ୟ ହୋଇଛନ୍ତି। ୧୯୪୬ରେ ସେ ଆରମ୍ଭ କରିଥିଲେ ଚାଟଶାଳୀ। ଯେଉଁଠି ସେ ବିନା ପଇସାରେ ପାଠ ପଢ଼ାନ୍ତି। ସେହିଭଳି ବ୍ରହ୍ମପୁରର ବିଶିଷ୍ଟ ଅର୍ଥପେଡିକ୍ ଡାକ୍ତର କ୍ରିଷ୍ଣା ମୋହନ ପାଠୀ ଦେଶର ଏହି ଚତୁର୍ଥ ସର୍ବୋଚ୍ଚ ପୁରସ୍କାର ପାଇବାକୁ ଯାଉଛନ୍ତି। ଜଣେ ସଫଳ ଚିକିତ୍ସାବିଜ୍ଞାନୀ ଭାବରେ ତାଙ୍କର ସୁନାମ ରହିଛି। ସେ ପୂର୍ବରୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଅନ୍ୟପଟେ କଳା କ୍ଷେତ୍ରରେ ପଦ୍ମଶ୍ରୀ ପାଇବେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ପ୍ରଖ୍ୟାତ ଲୋକକବି ତଥା ସନ୍ନ୍ୟାସିନୀ ପୂର୍ଣ୍ଣମାସୀ ଯାନୀ। ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ମହିୟସୀ ମହିଳା ସମ୍ପୂର୍ଣ୍ଣ ନିରକ୍ଷର ଥିଲେ ମଧ୍ୟ ଏଯାବତ୍ ତାଙ୍କ ମୁଖନିସୃତ ପ୍ରାୟ ୧୦ ହଜାର ଭଜନ, ଜଣାଣ ଲିଖିତ ଓ ରେକର୍ଡିଂ କରି ରଖାଯାଇଛି।