ଗାଈ ପେଟରୁ ବାହାରିଲା ୭୧ କିଲୋ ଅଳିଆ

ଫରିଦାବାଦ, ଏଜେନ୍ସି: ପଶୁଡାକ୍ତରମାନେ ହରିୟାଣାର ଫରିଦାବାଦରେ ଗୋଟିଏ ଗର୍ଭିଣୀ ଗାଈ ଶରୀରରେ ଅସ୍ତ୍ରୋପଚାର କରି ୭୧ କିଲୋ ଓଜନର ଅଳିଆ ବାହାର କରିଛନ୍ତି। ଏଥିମଧ୍ୟରେ ପଲିଥିନ ଜରି, ପ୍ଲାଷ୍ଟିକ ପଦାର୍ଥ, ଲୁହାକଣ୍ଟା, ମାର୍ବଲ ଖଣ୍ଡ ଓ ଅନ୍ୟ ବର୍ଜ୍ୟବସ୍ତୁ ସାମିଲ ଥିବା ଜଣାପଡିଛି। ଦୀର୍ଘ ୪ ଘଣ୍ଟା ଧରି ଅସ୍ତ୍ରୋପଚାର ସତ୍ତେ୍ୱ ପଶୁଡାକ୍ତରମାନେ ଅଳିଆ ବାହାର କରିଥିଲେ ସୁଦ୍ଧା ଉକ୍ତ ଗାଈ ଓ ପେଟରେ ଥିବା ବାଛୁରୀକୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ।