ରେକଜାଭିକ୍, ଏଜେନ୍ସି: ଆଇସଲାଣ୍ଡରେ ଗତ ଏକ ସପ୍ତାହ ମଧ୍ୟରେ ପ୍ରାୟ ୧୮୦୦୦ ଥର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏହି ସମୟରେ ଆଇସଲାଣ୍ଡର ରିକଜେନସ ପ୍ରଦେଶରେ ଆଗ୍ନେୟଗିରିରୁ ଉତ୍ତପ୍ତ ଲାଭା ଉଦ୍ ଗୀରଣ ହେବାପରେ ଏଭଳି ସଂଖ୍ୟାଧିକ ଭୂମିକମ୍ପ ଅନୁଭୂତ ହୋଇଛି। ଆଇସଲାଣ୍ଡରେ ୩୦ଟି ଆଗ୍ନେୟଗିରି ଥିବାବେଳେ ପ୍ରତି ପାଞ୍ଚବର୍ଷରେ ଏଗୁଡିକ ସକ୍ରିୟ ହୋଇଥାଏ ବୋଲି ଆଇସଲାଣ୍ଡ ବିଶ୍ୱବିଦ୍ୟାଳୟର ଜିଓଫିଜିସିଷ୍ଟ୍ ଫ୍ରେଷ୍ଟିନ ସିଗମଣ୍ଡସନ କହିଛନ୍ତି।