ବିଏସଏଫକୁ ବଡ ସଫଳତା, ୭ଟି ଅଫୁଟା ବୋମା ଜବତ

ମାଲକାନଗିରି, ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଯୋଡ଼ାମ୍ବ ଥାନା ଟୁଟୁଗନ୍ଧି ପୁରୁଣା ପୋଲରୁ ନିକଟରୁ ବିଏସଏଫ ଯବାନ ୭ଟି ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ କରିଛନ୍ତି। ବିସ୍ଫୋରଣ ପାଇଁ ମାଓବାଦୀ ଏହାକୁ ଲଚୁାଇ ରଖିଥିବା ନେଇ ସନ୍ଦେହ କରାଯାଉଛି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।