ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ ଟି ସ୍ଥାନରେ ଚଢଉ

ଭୁବନେଶ୍ୱର,ଏନ୍ଏନ୍ଏସ୍:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଦୁଇ ମହଲା ଘର, ବାଲିପାଟଣା ନୂଆଗାଁସ୍ଥିତ ଆପାର୍ଟମେଣ୍ଟ, ବାଲିପାଟଣା ନହରକଣ୍ଟାସ୍ଥିତ ବାସଭବନ, ବାଲିପାଟଣା କୁରୁଣ୍ଟିସ୍ଥିତ ସମ୍ପର୍କୀୟ ଏବଂ ବ୍ରହ୍ମପୁର ବିଦ୍ୟାନାଥପୁର ଅଯୋଧ୍ୟାନଗରସ୍ଥିତ ପୈତୃକ ଘରେ ଚଢଉ ଜାରି ରହିଛି ।