ଟିଟିଲାଗଡ଼ ଜେଲରେ ଶାରୀରିକ ସମ୍ପର୍କ ଘଟଣା: ୭ ପୁଲିସ କର୍ମଚାରୀଙ୍କ ବଦଳି

ବଲାଙ୍ଗିର,ଏନ୍ଏନ୍ଏସ୍: ଟିଟିଲାଗଡ଼ ଜେଲରେ ଅନ୍ତେବାସୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମାମଲାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଗତ ଫେବୃଆରୀ ୬ ତାରିଖରେ ଟିଟିଲାଗଡ଼ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ପାଖାପାଖି ୫୦ ଦିନ ରହି ବାହାରିବା ପରେ ଥାନାରେ ଏଭଳି ଅଭିଯୋଗ କରିଥିଲେ। ଜେଲ ରହଣି ସମୟରେ ଜଣେ ପୁରୁଷ ଅନ୍ତେବାସୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା। ଘଟଣା ସାମ୍ନାକୁ ଆସିବା ପରେ ଜେଲ ଭିତରେ ପ୍ରଶାସନର ଅବହେଳାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ସମ୍ବଲପୁର ରେଞ୍ଜ ଡିଆଇଜି ଟିଟିଲାଗଡ଼ ଜେଲକୁ ଯାଇ ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଆଧାରରେ ଜେଲ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ୮ ଜଣ କର୍ମଚାରୀଙ୍କ ବିରୋଧରେ ଏବେ ବି ତଦନ୍ତ ଜାରି ରହିଥିବା ବେଳେ ୭ ଜଣଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ହୋଇଛି।