ଭୁବନେଶ୍ୱରରେ ୭ କରୋନା ପଜିଟିଭ ଚିହ୍ନଟ: ୯ ସୁସ୍ଥ ମହାନଗର By Nitidin On Jan 31, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩ଜଣ ଓ ସ୍ଥାନୀୟ ସଂକ୍ରମଣ ୪ଜଣ ରହିଛନ୍ତି। ଅନ୍ୟପଟେ ୯ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆଜିର ୭ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୬୮ ହୋଇଥିବାବେଳେ ୩୧ ହଜାର ୪୦୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୫ଜଣ ଚିକିତ୍ସିତ ହେଉଛନ୍ତି। Share