ନବରଙ୍ଗପୁରରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୯୨କୁ ବୃଦ୍ଧି

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଉମରକୋଟ ବ୍ଲକ ଭାମିନୀ ପଞ୍ଚାୟତର ତାରାଗୁଡ଼ା ଗ୍ରାମରୁ ୬ଜଣ ଓ କେରଗାଁ ପଞ୍ଚାୟତର ପୂଜାରୀଗୁଡ଼ା ଗ୍ରାମରୁ ଜଣେ ରହିଛନ୍ତି। ସେଥିପାଇଁ ଉକ୍ତ ଅଞ୍ଚଳକୁ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଉ ଉକ୍ତ ଗ୍ରାମରୁ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ବୋଫର ଜୋନ ଭାବେ ଘୋଷଣା କରାଯାଇଛି। ବାହାରର କୌଣସି ବ୍ୟକ୍ତି ଯେପରି ଉକ୍ତ ଗ୍ରାମକୁ ପ୍ରବେଶ ନକରନ୍ତି ସେ ଉପରେ ମଧ୍ୟ ରୋକ ଲଗାଯାଇଛି। ଏଥିସହିତ ଅତ୍ୟାବଶ୍ୟକୀୟ କାମରେ ବାହାରକୁ ଆସିଲେ ମୁହଁ, ନାକ, ଘୋଡାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।