୭ କୋଇଲା ଚୋର ଗିରଫ, ୬୮ ମେଟ୍ରିକ ଟନ କୋଇଲା ଜବତ ଜିଲ୍ଲାଫଟୋ By Nitidin On Feb 2, 2020 Share ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର କୋଇଲା ଖଣିର ବିଭିନ୍ନ ଅଂଚଳରୁ କୋଇଲା ଚୋରି କରୁଥିବା ୭ ଜଣ ଚୋରକୁ ପୁଲିସ ଗିରଫ କରିଛି। ଏହାସହ ୪ଟି ଟ୍ରକ ଗୋଟିଏ ଜେସିବି, ୫ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ସୁଧିର ମଣ୍ଡଲ(୨୨), ପଙ୍କଜ ଯାଦବ(୩୪), ରାଜେଶ ବିଶ୍ୱକର୍ମା(୪୨), ସୁରେଶ ପଟେଲ(୪୯), ଗୋକୁଲ କୁଆ(୩୩), ସୁବାଷ ଚନ୍ଦ୍ର ରାଉତ(୪୭), ସୁକାନ୍ତ ନାଏକ(୨୪) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ବ୍ରଜରାଜନଗର ଖଣି ଅଂଚଳରେ କୋଇଲା ଚୋରି ହେଉଥିବା ପୁଲିସକୁ ଖବର ମିଳିଥିଲା। ଏହି ଚୋରିକୁ ରୋକିବା ପାଇଁ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ବ୍ରଜରାଜନଗର ଏସଡିପିଓ ଦିଲିପ ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବ୍ରଜରାଜନଗର ଅଂଚଳର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଆରମ୍ଭ କଲା। ଶନିବାର ସକାଳ ୪.୩୦ମିନିଟରେ ସବ ଇନ୍ସପେକ୍ଟର ରବିଶଙ୍କର ଭଏଁଷା, ଏଏସଆଇ ପ୍ରତାପ ଚନ୍ଦ୍ର ପଟେଲଙ୍କ ସହ ଏକ ପୁଲିସ ଦଳ ପେଟ୍ରିଲଂ କରୁଥିବା ସମୟରେ ରାମପୁର ଆଉଟ ପୋଷ୍ଟ ନିକଟରେ ବେଆଇନ ଭାବରେ ଅଧିକା ଓଜନର କୋଇଲା(୬୮ ମେଟ୍ରିକଟନ) ବୋଝେଇଥିବା ୪ଟି ଟ୍ରକ ଓଡି୨୩ବି୬୮୫୦, ଓଡି୨୩ସି୨୯୫୦, ଓଡି୨୩ଏ୫୪୫୦, ଓଆର୨୩ସି୫୦୭୬ ଯିବାର ଦେଖି ପୁଲିସ ତାକୁ ଅଟକ ରଖି ଟ୍ରକ ଡ୍ରାଇଭରମାନଙ୍କୁ ପଚାରା ଉଚୁରା କଲାପରେ ଏହ ଖଣିରୁ ଚୋରି ହେଇଥିବା କୋଇଲା ବୋଲି ଜାଣିବାକୁ ପାଇଲା। ଅଧିକ ପଚରା ଉଚୁରା ପରେ କୋଇଲା ଲୋଡିଂରେ ସହଯୋଗ କରୁଥିବା ଜେସିବି ଓଡି୩୫ବି୭୮୧୧ ବିଷୟରକେ ଖବର ପାଇ ଏହାକୁ ଜବତ କରିଥିଲା। ଏହି କୋଇଲା ଚୋର ଗ୍ୟାଙ୍ଗକୁ ଗିରଫ କରି ପୁଲିସ ଏକ ବଡ ସଫଳତା ହାସଳ କରିଛି। ଏହାସହ ଆଗାମୀ ଦିନରେ ଖଣି ଅଂଚଳରୁ ହେଉଥିବା ଚୋରିରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି। Share