ମୁମ୍ବାଇର ପୂର୍ବ ପୁଲିସ କମିଶନର ପରମବୀର ସିଂହ ପଳାତକ ଘୋଷିତ

ମହାରାଷ୍ଟ୍ର: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କୁ ପଳାତକ ଘୋଷିତ କରାଯାଇଛି । ମୁମ୍ବାଇର ଏସପ୍ଲେନେଡ କୋର୍ଟ ପରବୀରଙ୍କୁ ପଳାତକ ଘୋଷଣା କରିବା ପାଇଁ ମୁମ୍ବାଇ ପୁଲିସର ଆବେଦନକୁ ଗ୍ରହଣ କରିଛି । ଏନେଇ ସରକାରୀ ଓକିଲ ଶେଖର ଜଗତାପ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କୋର୍ଟର ନିର୍ଦ୍ଦେଶ ପରେ ପରମବୀରଙ୍କୁ ପଳାତକ ଘୋଷଣା କରିବାର ପ୍ରକ୍ରିୟା ପୁଲିସ ଆରମ୍ଭ କରିବ । ଏଥିସହିତ ୩୦ଦିନ ମଧ୍ୟରେ ଯଦି ପରମବୀର କୋର୍ଟ ସମ୍ମୁଖରେ ହାଜର ନହୁଅନ୍ତି ତେବେ ତାଙ୍କର ସମସ୍ତ ସମ୍ପତ୍ତି ବାଯ୍ୟାପ୍ତ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।