୬୯୦ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ସୁନାବେଡ଼ା ପୁଲିସ ୬୯୦ କିଲୋ ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ରାଞ୍ଚିର ନୀତେଶ କୁମାର ଗୁପ୍ତା। ମିଳିଥିବା ରିପୋର୍ଟ ମୁତାବକ, ଏକ ପିକଅପ୍ ଭ୍ୟାନ୍ ସେମିଲିଗୁଡ଼ା ଆଡ଼ୁ ଆସୁଥିବାବେଳେ ସୁନାବେଡ଼ା ଥାନା ପୁଲିସ୍ ୨୬ନଂ ଜାତୀୟ ରାଜପଥର ପାନ୍ଥିକା ଛକରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଆଉ ଏହି ସମୟରେ ଭ୍ୟାନରୁ ଗଞ୍ଜେଇ ମିଳିଥିଲା। ଉକ୍ତ ଘଟଣାରେ ପୁଲିସ ଗଞ୍ଜେଇ ଏବଂ ଗାଡ଼ିି ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭୀମସେନ ନାୟକ ସୂଚନା ଦେଇଛନ୍ତି।