କଟକ ସହରରୁ ଆଉ ୬୫ କରୋନା ପଜିଟିଭ ଚିହ୍ନଟ

କଟକ,ଏନ୍ଏନ୍ଏସ୍: ଆଜି କଟକ ସହରରୁ ଆଉ ୬୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୬ ଜଣ ସ୍ଥାନୀୟ ରହିଛନ୍ତି। ଏହାକୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଛି।

ଏଥିରୁ ୩୦୪ଜଣ ସୁସ୍ଥ ହୋଇଥିବାବେଳେ ୯ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ୪୨୩ଟି କେଶ ବର୍ତ୍ତମାନ ସକ୍ରିୟ ରହିଥିବା  କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି। ଖଟିବନି ସାହି କଣ୍ଟେନମେଣ୍ଟ ଅଞ୍ଚଳରୁ ସର୍ବାଧିକ ୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେକ୍ ବଜାରରୁ ୮ଜଣ, ଗନ୍ଦରପୁରରୁ ୪ଜଣ, ଖାନ ନଗରରୁ ୨ଜଣ, ନେତାଜୀ ନଗରରୁ ୪ଜଣ, ଦେୱାନ ବଜାରରୁ ୨ଜଣ ସେଲ୍ଟର ଛକରୁ ଜଣେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।