ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ମୁକାବିଲାରେ ଭାରତକୁ ବହୁ ଅନ୍ତର୍ରାଷ୍ଟ୍ରୀୟ ଦେଶ ସାହଯ୍ୟର ହାତ ବଢ଼ାଇଛନ୍ତି। ଗତ ଏକ ମାସ ଭିତରେ ଭାରତକୁ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ୧୨ ଲକ୍ଷ ଫେବିପିରାଭିର ଟାବଲେଟ୍ସ ଓ ୬.୯ ଲକ୍ଷ ରେମଡେସିଭିର ଇଞ୍ଜେକ୍ସନ କୋଭିଡ-୧୯ ମୁକାବିଲା ପାଇଁ ଆସିଛି। ଏଥିସହିତ ୨୭ ଏପ୍ରିଲରୁ ଏପର୍ଯ୍ୟନ୍ତ ଭାରତକୁ ୧୭,୭୫୫ ଅମ୍ଳଜାନ କନସନଟ୍ରେଟର, ୧୬,୩୦୧ ଅମ୍ଳଜାନ ସିଲିଣ୍ଡର, ୧୯ଟି ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଓ ୧୩,୪୪୯ ଭେଣ୍ଟିଲେଟର ବିଦେଶରୁ ସହାୟତା ରୂପରେ ଆସିଛି। ତେବେ ବିଦେଶରୁ ଆସୁଥିବା ଏହି ସହାୟତାକୁ ସମସ୍ତ ରାଜ୍ୟକୁ ପ୍ରଦାନ କରାଯାଇଛି।