ଦେଶରେ ୨୦ କୋଟି ଲୋକ ଟିକା ନେଇ ସାରିଲେଣି, ବିଶ୍ୱ ଟିକାକରଣରେ ଭାରତ ଦ୍ୱିତୀୟ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁଠୁ ରକ୍ଷା ପାଇବା ପାଇଁ ଟିକା ନେବା ସବୁଠାରୁ ଅଧିକ ସୁରକ୍ଷିତ। ଏନେଇ ଭାରତରେ ଫେବୃଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣର ସ୍ତରକୁ ଦୃଷ୍ଟିରେ ରଖି ପ୍ରାଥମିକତା ଆଧାରରେ ଟିକାକରଣ ହେଉଛି। ଏହି ମଧ୍ୟରେ ଆଜି ସୁଦ୍ଧା ଭାରତରେ ୨୦ କୋଟିରୁ ଅଧିକ ଲୋକ ଟିକା ନେଇସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଏଥିସହିତ କୋଭିଡ ଟିକାକରଣର ଲକ୍ଷ୍ୟରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ୪୨ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆସରିଛି। ସେହିପରି ୨୦ କୋଟି ଲୋକଙ୍କୁ ଟିକାକରଣ କରିବା ପାଇଁ ଭାରତକୁ ୧୩୦ ଦିନ ସମୟ ଲାଗିଥିବା ବେଳେ ଆମେରିକାକୁ ୧୨୪ ଦିନ ସମୟ ଲାଗିଥିଲା।