ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ ପୌରପରିଷଦର ୧୫ଟି ୱାର୍ଡ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ପାଟଣାଗଡରେ ରାଜନୈତିକ ସରଗରମ ଆରମ୍ଭ ହୋଇଯାଇଛି। ଆଜି ପ୍ରାର୍ଥୀପତ୍ର ଦାଖଲର ୫ମ ଦିନରେ ବିଜେପି ତରଫରୁ ମୋଟ ୧୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ବିଜେପି ତରଫରୁ ପ୍ରଥମେ ସ୍ଥାନୀୟ ରାଜଖମାର ଠାରେ ଥିବା ମା’ ଦଶମତୀ ମନ୍ଦିରରେ ଏକତ୍ରିତ ହୋଇ ସମସ୍ତ ବିଜେପି କାଉନସିଲରମାନେ ଏକ ଶୋଭାଯାତ୍ରାରେ ବାହାରି ଏନ୍ଏସି କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।
ଶୋଭାଯାତ୍ରାରେ ପାଟଣାଗଡ ନଗର ବିଜେପି ସଭାପତି ଶୁଶାନ୍ତ ମହାନ୍ତି, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ପ୍ରଦୀପ ବଂଶଲ, ଏନ୍ଏସି ନଗର ନିର୍ବାଚନ ପ୍ରଭାରୀ ରମାନାଥ ହୋତା, ରାଜୁ ପାଣିଗ୍ରାହୀ, ନନ୍ଦନ ଠାକୁର, ଗଙ୍ଗାଧର ସା, ସୁନା ଯୋଷୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ। ୧୫ଟି ୱାର୍ଡରୁ ବିଜେପି ଦଳ ଆଜି ୧ନଂ ୱାର୍ଡ ପାଇଁ ନନ୍ଦିନୀ ମଲ୍ଲିକ, ୨ନଂ ଓ୍ବାର୍ଡ ପାଇଁ ସନ୍ତୋଷିନୀ ମେହେର, ୪ନଂ ୱାର୍ଡ ପାଇଁ ଗୀତା ମହାଲିଙ୍ଗ, ୫ନଂ ଓ୍ବାର୍ଡ ପାଇଁ ରାଜେନ୍ଦ୍ର କୁମାର ରାଓ, ୬ନଂ ଓ୍ବାର୍ଡ ପାଇଁ ବିନତୀ ଶାହାଣୀ, ୭ନଂ ଓ୍ବାର୍ଡ ପାଇଁ ବିଷ୍ଣୁ ସୁନା, ୮ନଂ ଓ୍ବାର୍ଡ ପାଇଁ ବିଶ୍ୱଜିତ୍ ହୋତା, ୧୦ନଂ ଓ୍ବାର୍ଡ ପାଇଁ ବାସନ୍ତୀ ବେହେରା, ୧୧ନଂ ଓ୍ବାର୍ଡ ପାଇଁ କଲ୍ୟାଣୀ ସାଣ୍ଢ, ୧୨ନଂ ପାଇଁ ଚନ୍ଦ୍ରକାନ୍ତୀ ପୁଟେଲ, ୧୩ନଂ ଓ୍ବାର୍ଡ ପାଇଁ ପ୍ରେରଣା ତାଣ୍ଡି, ୧୪ନଂ ଓ୍ବାର୍ଡ ପାଇଁ ମେଘରାଜ ନାଏକ, ୧୫ନଂ ଓ୍ବାର୍ଡ ପାଇଁ ଗୁଣନିଧି ମେହେର କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
ଅନ୍ୟପଟେ କଂଗ୍ରେସ ଦଳ ତରଫରୁ ୨ନଂ ୱାର୍ଡ ପାଇଁ ଶ୍ରୀୟାବତୀ ମେହେର, ୬ନଂ ଓ୍ବାର୍ଡ ପାଇଁ ଧନମତୀ ବାରଲେବଡିଆ, ୯ନଂ ଓ୍ବାର୍ଡ ପାଇଁ ସୁଭାନ ଖାନ, ୧୨ନଂ ଓ୍ବାର୍ଡ ପାଇଁ ଗୀତାଞ୍ଜଳି ହୋତା, ୧୩ନଂ ଓ୍ବାର୍ଡ ପାଇଁ ରାଜଶ୍ରୀ ବିଭାର, ୧୪ନଂ ଓ୍ବାର୍ଡ ପାଇଁ ବିଦ୍ୟା ନାଗ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାଯାଇଛି।