କଅଁଳ ବୟସରେ କ୍ୟାନ୍ସର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଉପାନ୍ତ ଅଂଚଳର ୧୧ ବର୍ଷର ପିଲା ବେକରେ ହୋଇଛି କ୍ୟାନ୍ସର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ୧୧ ବର୍ଷର ସମୀର ବେକରେ କ୍ୟାନ୍ସର, ଅପରେସନ ପାଇଁ ଦିନ ମଜୁରୀ ଗରିବ ବାପା ପାଖରେ ନାହିଁ ଟଙ୍କା। ଯେଉଁ ସମୟରେ ପିଲାଟି ପାଠ ପଢି ହସ ଖେଳି ବୁଲିବା କଥା ସେ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ଆରଏସସି-୧୪ ନମ୍ବର ଗ୍ରାମର ସମୀର ଭତ୍ରା ଙ୍କ ନିକଟରେ।

ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୀର ଭାତ୍ରା, ପିତା -ସୁରେନ୍ଦ୍ର ଭତ୍ରା, ମାତା-ତୁଳାବତୀ ଭତ୍ରା। ବାପା ମା ଦିନ ମଜୁରୀ କରି ପରିବାର ଗୁଜୁରାଣ ମେଣ୍ଟାଇ ହସ ଖୁସିରେ ଦୁଖେ କଷ୍ଟେ ଚଳି ଆସୁଥିଲେ ହଠାତ ସମୀର ର ବେକ ଓ କାନ ପାଖରେ ଏକ ଛୋଟ ବଥ କ୍ଷତ ହୋଇ ଘା ହୋଇ ପୂଜ ବାହାରିଲା ଓ ବାହାରକୁ ମାଂସ ବାହରିକି ରହିଲା। ଯେତେ ଔଷଧ ଲଗାଇଲେ କି ଔଷଧ ଖାଇଲେ କମିଲା ନାହିଁ କି ଶୁଖିଲା ନାହିଁ, ଘା ଟି ବଢ଼ିବାରେ ଲାଗି କ୍ଷତ ହୋଇ ରହିଲା। ସେ ଏନେଇ ବିଭିନ୍ନ ମେଡିକାଲ ଯଥା – ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ, କୋରାପୁଟ ମେଡିକାଲ ରେ ଚିକିତ୍ସା କରାଇଲା। ଡାକ୍ତର ମାନେ କ୍ୟାନ୍ସର ବୋଲି କହିବାରୁ ପରେ ଘା ଭଲ ନ ହେବାରୁ କଟକ ବଡ଼ ମେଡିକାଲ ଯାଇ ପରୀକ୍ଷା କରି ଦେଖନ୍ତି ତ ତାର ବେକରେ କ୍ୟାନ୍ସର ଭଳି ହୋଇଛି, ପରୀକ୍ଷା ପାଇଁ ଉକ୍ତ ସ୍ଥାନରୁ ମାଂସ ଦିଲ୍ଲୀ ପଠା ଯାଇଛି କ୍ୟାନ୍ସର କି ନାହିଁ ତଥ୍ୟ ଏଯାଏଁ ଆସିନାହିଁ ।

ଅପରେସନ ପାଇଁ ଦରକାର ଅଧିକ ଟଙ୍କା ବାପା ଗରିବ ଦିନ ମଜୁରିଆ ହୋଇ ଥିବାରୁ ଏତେ ଟଙ୍କା ଆସିବ କେଉଁ ଠାରୁ ଯାହା ଘରେ ଥିଲା ବିକି ଭାଙ୍ଗି କରି ଗାଁ ସାଇ ପଡୋଶୀ ରୁ ମାଗି ପ୍ରାୟ ୭୫ ହଜାର ଟଙ୍କା ବିଭିନ୍ନ ମେଡିକାଲ ନେଇ ଖର୍ଚ୍ଚ କରି ସର୍ବ ଶାନ୍ତ ହୋଇ ପଡିଲେଣି। ଦିନ ମଜୁରୀ ରୁ ଯାହା କିଛି ବାହାରୁଛି ପୁଣି ମେଡିକାଲ କୁ ନେଇ ଦେଖାଉଛି ହେଲେ ଟଙ୍କା ନାହିଁ ବୋଲି କଟକ ମେଡିକାଲ କୁ ଦୁଇ ଦୁଇ ଥର ଯାଇ ମଧ୍ୟ ସମୀର ଅପରେସନ ହୋଇ ପାରୁନଥିବା ସମୀର ର ପିତା କହିଛନ୍ତି। ବାପା ପାଖରେ ଟଙ୍କା ନଥିବାରୁ କଟକ ବଡ ମେଡିକାଲ ଅପରେସନ କରିବାକୁ ଯାଇ ଏମିତିକି ବର୍ଷା ରେ ଗଛ ମୂଳରେ ମଶାରି ଟାଣି ପଡି ରହିଥିବା କଥା କହିଛନ୍ତି।

ଯେଉଁ ସମୟରେ ପିଲାଟି କାନ୍ଧରେ ବହି ବସ୍ଥାନି ଧରି ପାଠ ପଢି ହସି ଖେଳି ବୁଲିବା କଥା ସେ ଆଜି ସେ ଆଜି ସେ ପଞ୍ଚମ ଶ୍ରେଣୀ ରୁ ବସ୍ଥାନୀରେ ଡୋରି ବାନ୍ଧି ମୃତ୍ୟୁ ସହ ସଂଗ୍ରାମ କରୁଛି, ପିଲା ଟି ଅହ ରହ କାନ୍ଧୁଛି, ପରିବାର ଲୋକେ ଟଙ୍କା ନଥିବାରୁ ନିରୁପାୟ ହୋଇ ଭଙ୍ଗା କୁଡ଼ିଆ ଘରେ ପିଲା କୁ ନିଜ ଘରେ ପକାଇ ରଖିଥିବା ପରିବାର ଲୋକେ କହିଛନ୍ତି। ଜିଲ୍ଲା ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତାହେଲେ ସମୀର ର ଚିକିତ୍ସା ହୋଇପାରନ୍ତା ବୋଲି ପରିବାର ଲୋକେ ନିବେଦନ କରିଛନ୍ତି।