ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ଭୋଇ ଆମ୍ବପାଲି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ୫ଟି କାର୍ଯ୍ୟ ବିଦ୍ୟାଳୟରେ ଠିକ୍ ଭାବେ ଚାଲୁଥିବା ନେଇ ଶ୍ରୀ ଭୋଇ ଦେଖି ଖୁସି ହେବା ସହ ବ୍ଲକ୍ ପ୍ରଶାସନ, ଶିକ୍ଷକ ଓ ସ୍କୁଲର ପୁରାତନ ଛାତ୍ରଙ୍କ ପ୍ରଶଂସା କରିଥିଲେ । ପରେ ସ୍କୁଲ ପରିସରରେ ୫ଟି କାର୍ଯ୍ୟକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ସଭାପତି କୈଳାଶ ମହାନନ୍ଦ ସଭାପତିତ୍ୱ କରିଥିବାବେଳେ ପ୍ରଧାନଶିକ୍ଷକ ବିଜୟ କୁମାର ବାଗ ୫ଟି କାର୍ଯ୍ୟରେ କିଭଳି ଭାବେ ଜିଲ୍ଲା ପରିଷଦ ପାଣ୍ଠିରୁ ଅନୁଦାନ ଦେଇ ସ୍କୁଲକୁ ଆହୁରି ସୁନ୍ଦର କରାଯିବ ସେନେଇ ଶ୍ରୀ ଭୋଇଙ୍କୁ ଜଣାଇଥିଲେ । ପ୍ରଧାନଶିକ୍ଷକଙ୍କ କଥା ଶୁଣି ଶ୍ରୀ ଭୋଇ ଜିଲ୍ଲା ପରିଷଦ ପାଣ୍ଠିରୁ ସ୍କୁଲକୁ ଅନୁଦାନ ଦେବା ପାଇଁ ସଭାରେ ଘୋଷଣା କରିଥିଲେ । ଏହାସହ ଉକ୍ତ ସ୍କୁଲକୁ ୫ଟିରେ ସାମିଲ କରିଥିବା ନେଇ ସଇଁନ୍ତଳା ବିଡିଓ ଚନ୍ଦ୍ରମଣି ନାଗ ତଥା ବ୍ଲକ୍ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ।