୫ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠ ପରିଦର୍ଶନ, ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ

ବ୍ରହ୍ମପୁର,ଏନ୍ଏନ୍ଏସ୍: ‘୫- ଟି’ ସଚିବ ଭି କେ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ଆସି ମାଆତାରତାରିଣୀଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ କାମ ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହ ଋଷିକୁଲ୍ୟା ନଦୀର ଉନ୍ନତୀକରଣ କରାଯିବ ବୋଲି କହିଛନ୍ତି। ‘୫- ଟି’ ସଚିବ ଭି କେ ପାଣ୍ଡିଆନ ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବି ଆଲୋଚନା କରିଥିବା ଜଣାଯାଇଛି। ସେହି ସମୟରେ ମନ୍ଦିରର ସେବାୟତ ବାପୁଜୀ ରଣା ତାରାତାରିଣୀ ପୀଠର ବିଭିନ୍ନ ସମସ୍ୟା ସଂପର୍କରେ ‘୫- ଟି’ ସଚିବଙ୍କୁ ବୁଝାଇଥିଲେ।

‘୫- ଟି’ ସଚିବଙ୍କ ଏହି ଅଚାନକ ଗସ୍ତରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ ତାରାତାରିଣୀ ମନ୍ଦିରର କାୟାକଳ୍ପ ଲାଗି ବ୍ୟବସ୍ଥା କରାଯିବ। ପରେ ସେଠାରୁ ହିଞ୍ଜିଳି ବ୍ଲକର ସମସ୍ତ ସ୍କୁଲ ଓ ପୌରାଞ୍ଚଳ ପରିଦର୍ଶନରେ ଯାଇଥିଲେ।

ଏହି ପରିପ୍ରେକ୍ଷୀରେ ସ୍କୁଲ ଓ ପଞ୍ଚାୟତରେ ଥିବା ପିଇବା ପାଣି ସମସ୍ୟା, ଶିକ୍ଷା, ରାସ୍ତା, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ପିଡିଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।