ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ସଚିବ ଭିକେ ପଣ୍ଡିଆନ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପାଣ୍ଡିଆନ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେମାନଙ୍କ ଅଭିଯୋଗ ମଧ୍ୟ ଶୁଣିଛନ୍ତି । କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ, ଚାଷୀ ଓ ବିଭିନ୍ନ ସମାଜର ପ୍ରତିନିଧିମାନେ ଏହି ଅଭିଯୋଗ ଶୁଣାଣୀ ଶିବିରରେ ଭାଗନେଇ ୫ଟି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଚାଷୀମାନେ ଧାନ ବିକ୍ରି ସମସ୍ୟା ବିଷୟରେ କହିଥିବାବେଳେ ଛାତ୍ରଛାତ୍ରୀମାନେ ଆବଶ୍ୟକ ଭିତ୍ତିଭୂମି ଓ ବିଭିନ୍ନ ସମାଜର ଲୋକେ ନିଜ ନିଜ ସମାଜର ଉନ୍ନତିକରଣ ପାଇଁ ଆବଶ୍ୟକ ସହଯୋଗ ବିଷୟରେ ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ । ୫ ଟି ସଚିବ ସମସ୍ତଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାଗୁଡ଼ିକୁ ମୁଖମନ୍ତ୍ରୀଙ୍କୁ ଅବଗତ କରାଇ ଏହାର ସମାଧାନ ଯଥାଶୀଘ୍ର କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଲୋକେ ପ୍ରକାଶ କରିଛନ୍ତି ।