୫ଜି ସେବା ଭାରତର ଜାତୀୟ ପ୍ରାଥମିକତା: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,ଏନ୍‌ଏନ୍‌ଏସ୍‌: ଦେଶରେ ୫ଜି ସେବା ଆରମ୍ଭ କରିବା ଭାରତର ଜାତୀୟ ପ୍ରାଥମିକତା ହେବା ଉଚିତ ବୋଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୧ ଭର୍ଚୁଆଲ୍‌କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି।

ଜିଓ ଏକ ସମ୍ପୂର୍ଣ୍ଣ ୧୦୦% ସ୍ୱଦେଶୀ ଓ ବ୍ୟାପକ ୫ଜି ସମାଧାନ ବିକଶିତ କରିଛି ଯାହା ସମ୍ପୂର୍ଣ୍ଣ ରୂପେ କ୍ଲାଉଡ୍ ଉପରେ ପର୍ଯ୍ୟବସିତ ଓ ଡିଜିଟାଲ୍ ମାଧ୍ୟମରେ ପରିଚାଳିତ ହେଉଛି। ଏହା ଏକ ସମନ୍ୱିତ ଓ ଭବିଷ୍ୟତ ପାଇଁ ଉପଯୋଗୀ ଢାଞ୍ଚା ହୋଇଥିବାରୁ ଜିଓର ନେଟ୍‌ୱର୍କ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ୪ଜିରୁ ୫ଜିକୁ ରୂପାନ୍ତରିତ ହୋଇପାରିବ ବୋଲି ସେ କହିଛନ୍ତି। ସମାଜରେ ପଛୁଆବର୍ଗର ଲୋକମାନଙ୍କୁ ଡିଜିଟାଲ୍ ଅଭିବୃଦ୍ଧି ଧାରାରେ ସାମିଲ କରିବା ପାଇଁ ଏମାନଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଡିଭାଇସ୍ ଉପଲବ୍ଧ କରାଇବା ଜରୁରୀ ବୋଲି ସେ କହିଛନ୍ତି।