୩ ପୌରାଞ୍ଚଳକୁ ନିତି ଆୟୋଗର ପ୍ରଶଂସା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶାର ତିନି ପୌରସଂସ୍ଥାକୁ ନିତି ଆୟୋଗ ପ୍ରଶଂସା କରିଛି। ଢେଙ୍କାନାଳ, କେନ୍ଦୁଝର ଓ ପାରାଦୀପ ପୌର ପରିଷଦକୁ ପ୍ରଶଂସା ମିଳିଛି। ଉତ୍କୃଷ୍ଟ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆୟୋଗ ଏହି ପ୍ରଶଂସା କରିଥିବା ଜଣାଯାଇଛି। ଏଥିସହିତ ବିକେନ୍ଦ୍ରୀକରଣ ପରିଚାଳନା, ସମ୍ପ୍ରଦାୟ ଅଂଶଗ୍ରହଣ ଓ ମଜଭୁତ୍ ଅଭ୍ୟାସ ନିତି ସମ୍ପର୍କରେ ଆୟୋଗ ଉଲ୍ଲେ୍‌ଖ କରିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ୍ କରିପାରିଛି ଢେଙ୍କାନାଳ ପୌର ପରିଷଦ। ୱେଷ୍ଟ ସେଣ୍ଟରକୁ ୱେଲଥ ସେଣ୍ଟର (ଆବର୍ଜନା କେନ୍ଦ୍ରକୁ ସୁସ୍ଥକେନ୍ଦ୍ର)ରେ ପରିଣତ କରାଯାଇଛି। ସେହିଭଳି କେନ୍ଦୁଝର ପୌରପରିଷଦ ବର୍ଜ୍ୟ ପରିଚାଳନା ପାଇଁ ଅଭିନବ ଉପାୟ ମଧ୍ୟ ଗ୍ରହଣ କରିଛି। ପାରାଦୀପ ପୌରସଂସ୍ଥା ବର୍ଜ୍ୟବସ୍ତୁ ପରିଚାଳନାରେ ମହିଳା ଓ କିନ୍ନରଙ୍କୁ ସାମିଲ୍ କରି ଉଦାହରଣ ସୃଷ୍ଟିକରିଛି।