କଟକ,ଏନ୍ଏନ୍ଏସ୍: କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଗତକାଲି ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ହସ୍ପିଟାଲ ନର୍ସ, ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ ଜଣେ ଆହାର କେନ୍ଦ୍ରର କର୍ମଚାରୀ ଥିବା ଜଣାପଡ଼ିଛି। ଏନେଇ ଆଜି ହସ୍ପିଟାଲ ବହିର୍ବିଭାଗକୁ ବନ୍ଦ ରଖାଯାଇଛି।
ସେହିପରି ହସ୍ପିଟାଲରେ ଥିବା ରୋଗୀ ଓ କର୍ମଚାରୀମାନଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁ ରୋଗୀମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି ଓ ଯେଉଁ କର୍ମଚାରୀମାନଙ୍କ ରିପୋର୍ଟ ନେଗେଟି ଆସିଛି ସେମାନଙ୍କୁ ହସ୍ପିଟାଲ ପରିସରରେ ଥିବା ଏକ ଗୃହରେ କ୍ୱାରେଣ୍ଟାଇନରେ ରଖାଯାଇଛି। ସେହିପରି ହସ୍ପିଟାଲରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। କଟକ ଏସ୍ସିବି ହସ୍ପିଟାଲରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିସହିତ ଜିଲ୍ଲାର ୨ଟି ହସ୍ପିଟାଲରୁ ମୋଟ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।