୫୩ ଟି ଅନୁଷ୍ଠାନକୁ ମିଳିଲା ପୂଜା ଅନୁମତି

କୋରାପୁଟ,ଏନ୍ଏନ୍ଏସ୍: ମହାମାରୀ କରୋନା ଯୋଗୁଁ ଦଶହରା ପାଇଁ ବିଭିନ୍ନ କଟକଣା ଜାରି କରା ଯାଇଥିବାବେଳେ ଜିଲ୍ଲାର ୫୩ଟି ଅନୁଷ୍ଠାନକୁ ପୂଜା କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗ ଅଧିକାରୀ ଏନ.ଜଗଜୀବନ ଚୌଧୁରୀ ସୂଚନା ଦେଇଛନ୍ତି। କୋରାପୁଟ ଉପଖଣ୍ଡରେ ୩୩ ଓ ଜୟପୁର ଉପଖଣ୍ଡରେ ୨୦ ଟି ଅନୁଷ୍ଠାନକୁ ପୂଜା ପାଇଁ ଅନୁମତି ଦିଆ ଯାଇଥିବା ଜଣାପଡିଛି। କୋରାପୁଟ ମଣ୍ଡଳ କାରାଗାର ସମେତ, ବସଷ୍ଟାଣ୍ଡରେ ଘରୋଇ ବସ ମାଲିକ ସଂଘ, ରବୀନ୍ଦ୍ର ସଂସ୍କୃତି ପରିଷଦ, ହାଟପଦା , ଆଇଆରବି ଓ ଓଏସଏପି ଆଦି ୬ ଟି ଅନୁଷ୍ଠାନକୁ ଅନୁମତି ଦିଆଯାଇଛି । କୋଭିଡ ଗାଇଡ୍ ଲାଇନକୁ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରସାସନ ପୂଜା କମିଟି ଗୁଡିକୁ ଚେତାବନୀ ଦେଇଛି ।