ରାଜସ୍ଥାନରେ ଅଗଷ୍ଟ ୧୪ରେ ହେବ ବିଧାନସଭା ଅଧିବେଶନ, ସରକାରଙ୍କ ପ୍ରସ୍ତାବକୁ ରାଜ୍ୟପାଳଙ୍କ ମଞ୍ଜୁରି

ଜୟପୁର,ଏଜେନ୍ସି: ଅଗଷ୍ଟ ୧୪ରେ ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବାକୁ ଗେହଲଟ ସରକାର ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ରାଜ୍ୟପାଳ କାଲରାଜ ମିଶ୍ର ମଞ୍ଜୁରି ଦେଇଥିବା ଜଣାପଡ଼ିଛି।

ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ବସିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତାବ ପାରିତ ହୋଇଥିଲା।ଗେହଲଟ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ୩ ଥର ପ୍ରସ୍ତାବ ପଠାଯାଇଥିଲା। ଚତୁର୍ଥ ଥର ପାଇଁ ପ୍ରସ୍ତାବ ପଠାଯାଇଥିବା ବେଳେ ରାଜ୍ୟପାଳ ଏବେ ଏହାକୁ ଅନୁମୋଦନ କରିଛନ୍ତି। ତେବେ କୋଭିଡ କଟକଣା ମାନି ବିଧାନସଭା ଅଧିବେଶନ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନ ଡାକିବା ନେଇ ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଗେହଲଟ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଅସମତି ଜାରି ରହିଥିଲା। ଏପରିକି ବିଧାୟକମାନେ ରାଜଭବନରେ ଧାରଣା ଦେଇଥିଲେ। ଏହାପରେ ଗେହଲଟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।