୫୧ କେଜି ଗଞ୍ଜେଇ ଜବତ, ୪ ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ବୈପାରିଗୁଡ଼ା-ଗୁପ୍ତେଶ୍ୱର ରାସ୍ତାର ମାଝିଗୁଡ଼ା ଛକରେ ବୈପାରିଗୁଡ଼ା ପୁଲିସ୍ ୫୧ କିଲୋ ୩୦୦ ଗ୍ରାମ୍ ଗଞ୍ଜେଇ ଓ ୨ଟି ବାଇକ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛ। ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡ଼ା ଥାନା ଦୋରାପୁଟ ଓ ମହନ୍ତପୁଟ ଗ୍ରାମର ବୈଦ୍ୟନାଥ ତନ୍ତି, ସନ୍ତୋଷ କଂସାରୀ, ବସନ୍ତ ବିଷୋୟୀ ଓ ସଦନ ଗାଦବା। ମିଳିଥିବା ରିପୋର୍ଟ ମୁତାବକ, ବୈପାରିଗୁଡ଼ା-ଗୁପ୍ତେଶ୍ୱର ରାସ୍ତାର ମାଝିଗୁଡ଼ା ଛକରେ ପୁଲିସ ଯାନବାହାନ ଯାଞ୍ଚ କରୁଥିଲା। ଯାଞ୍ଚ ସମୟରେ ଓଆର୍-୧୦ଜି ୮୫୦୪ ନମ୍ବର ଥିବା ଏକ ପଲସର୍ ବାଇକ ଓ ନମ୍ବର ନଥିବା ଅନ୍ୟ ଏକ ମୋଟରସାଇକଲରେ ଅଭିଯୁକ୍ତମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା। ପରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି।