ନୂଆଦିଲ୍ଲୀ: ମଣିପୁରରୁ ସଟୀ ମିଆଁମାର ସୀମା ପାଖରୁ ଆସମ ରାଇଫଲ୍ସ ପାଖାପାଖି ୫୦୦ କୋଟି ଟଙ୍କାର ନାରକୋଟିକ୍ସ ଡ୍ରଗ ଜବତ କରିଛି। ଏଥିରେ ୫୪ କିଲୋ ବ୍ରାଉନସୁଗାର ଓ ୧୫୪ କିଲୋ ମେଥାମଫେଟାଇନ ରହିଥିବା ଜଣାପଡ଼ିଛି। ଉକ୍ତ ମାମଲାରେ ଆସମ ରାଇଫଲ୍ସ ମଣିପୁର ପୁଲିସ ସାହାଯ୍ୟରେ ମିଆଁମାରର ଜଣେ ବ୍ୟକ୍ତିକୁ ଗିରଫ କରିଛି।
ସୂଚନାଯୋଗ୍ୟ, ଯେଉଁ ଘରୁ ଏହି ଡ୍ରଗ୍ସ ଜବତ ହୋଇଛି ତାହା ଜଣେ ମିଆଁମାର ମହିଳାଙ୍କ ଘର। ଆଉ ସେ ଜଣେ ଚୀନୀ ନାଗରିକକୁ ବିବାହ କରିଛନ୍ତି। ସେଥିପାଇଁ ଉକ୍ତ ଘଟଣାରେ ମିଆଁମାର ଓ ଚୀନ ଲିଙ୍କ ଥିବା ଅନୁମାନ କରାଯାଉଛି।