ଦିନକରେ କେରଳରୁ ୫୦ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କେରଳରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୦ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଥିବା ନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଏର୍ଣ୍ଣାକୁଲମରୁ ୧୮, ଥିରୁଅନନ୍ତପୁରମରୁ ୮, ପଥନମଥିଟ୍ଟାରୁ ୭, କୋଟୟମ ଓମଲାପୁରମରୁ ୫ ଲେଖାଏଁ, କୋଲମ୍ମରୁ ୩, ଅଲ୍ଲାପୁଝା, ତ୍ରିଶୁର ଓ ପଲକକ୍କଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ସବୁ ଆକ୍ରାନ୍ତଙ୍କ ବିଦେଶ ଟ୍ରାଭେଲ ହିଷ୍ଟ୍ରି ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୦କୁ ବୃଦ୍ଧି ପାଇଛି। ସଂଯୁକ୍ତ ଆରବ ଅମୀରତ, କତର ଓ ବ୍ରିଟେନରୁ ଆସିଥିବା ଯାତ୍ରୀଙ୍କଠାରେ ଅଧିକ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି।