ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କଲେ ରାଜ୍ୟ ସଭାପତି

ଭୂବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗତ କାଲି ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ବ୍ୟାପକ ତ୍ରୁଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରସଙ୍ଗରେ ତାଙ୍କର ଦୀର୍ଘାୟୁ କାମନା କରି ଆଜି ବିଜେପି ତରଫରୁ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, କେନ୍ଦ୍ର ରେଳ ଓ ସୁଚନା ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଜିଲ୍ଲା ସଭାପତି ବାବୁ ସିଂ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

ପଂଜାବ ସରକାରଙ୍କ ଷଡଯନ୍ତ୍ରକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବମୋର୍ଚ୍ଚା ତରଫରୁ ମଶାଲ ଓ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ପ୍ରତିବାଦ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରି ମହିଳା ମୋର୍ଚ୍ଚା ତରଫରୁ ବିଭିନ୍ନ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି ।