ଦିଲ୍ଲୀରେ ୨୪ ଘଣ୍ଟାରେ କରୋନା ସଂକ୍ରମଣ ୧୫ ହଜାର ଟପିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।  ଗତ ୨୪ ଘଣ୍ଟାରେ ୧୫ ହଜାର ୯୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୬ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦିଲ୍ଲୀରେ ସଂକ୍ରମଣ ଦର ୧୫.୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ପାଖାପାଖି ୮ ମାସ ପରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ,ଦିଲ୍ଲୀରେ ଲଗାତାର ଭାବେ କରୋନା ମାମଲା ବଢ଼ୁଥିବା ବେଳେ ଟେଷ୍ଟିଂ ମଧ୍ୟ ବଢ଼ାଇ ଦିଆଯାଇଛି। ଗତ ୨୪ ଘଣ୍ଟାରେ ୯୮ହଜାର ୪୩୪ ଟେଷ୍ଟ କରାଯାଇଛି। ଅନ୍ୟପଟେ ହୋମ ଆଇସୋଲେସନରେ ୧୪ହଜାର ୯୩୭ ରୋଗୀ ରହିଛନ୍ତି।