Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରେଳବାଇ ପାଶ୍ୱର୍ରୁ ଉଚ୍ଛେଦ ହେବ ୫୦ରୁ ଊର୍‌ଦ୍ଧ୍ୱ ଦୋକାନ ଘର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରେଳବାଇ ପାଶ୍ୱର୍ରୁ ଉଚ୍ଛେଦ ହେବ ୫୦ରୁ ଊର୍‌ଦ୍ଧ୍ୱ ଦୋକାନ ଘର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦର ମହକୁମାର ରେଳବାଇ ପାଖ ଜାଗାରେ ଥିବା ଲୋକଙ୍କୁ ଆସନ୍ତା ୬ ତାରିଖ ଦିନ ଉଚ୍ଛେଦ କରାଯିବ ବୋଲି ରେଳ ବିଭାଗର ସେକ୍ସନ ଇଞ୍ଜିନିୟରିଂ ୱାର୍କ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ରେଳବାଇ ଜାଗାରେ ଦୋକାନ କରିଥିବା ୫୦ରୁ ଊର୍‌ଦ୍ଧ୍ୱ ବ୍ୟବସାୟୀଙ୍କୁ ଜାଗା ଖାଲି କରିବାକୁ ବାରମ୍ବାର ନୋଟିସ ଦିଆଯାଇଥିଲେ ସୁଧା ବ୍ୟବସାୟୀମାନେ ଜାଗା ଖାଲି କରିନାହାନ୍ତି । ସେଥିପାଇଁ ସମ୍ବଲପୁର ରେଲୱେ ଡିଭିଜନ ଚିଠି ନମ୍ବର ଏଲସି/ଏସବିପି/ଇଏନଜିବି/ଏନସି/ମୁନିଗୁଡ଼ା ୦୪ ଅନୁଯାୟୀ ମୁନିଗୁଡ଼ା ରେଲବାଇ ପୁଲିସ, ଆରପିଏଫ, ବିଷମକଟକ ଏସଡିପିଓ, ଥାନା ଆଇଆଇସି ଓ ମାଜିଷ୍ଟ୍ରେଟଙ୍କ ସମେତ ୨୦୦ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇ ରେଳବାଇ ଷ୍ଟେସନ ଛକରୁ ସହିଦ ଲକ୍ଷ୍ମଣ ନାୟକ ଛକ ପର୍ଯ୍ୟନ୍ତ ଏହି ଉଛେଦ ପ୍ରକିୟା କରାଯିବ । ରେଳ ବିଭାଗ ତରଫରୁ ୪ଟି ପ୍ରକଲିନ ଓ ୨ଟି ବୁଲଡଜୋର ସମେତ ଏକ ଅତ୍ୟାଧୁନିକ ମେସିନ ନିୟୋଜିତ କରାଯିବ ବୋଲି ସିନିୟର୍ ସେକ୍ସନ ଇଞ୍ଜିନିୟର(ୱର୍କ ) ୟୁଏନ୍ କଚିଣ୍ଡିଆ ଏକ ଲିଖିତ ପ୍ରେସ ବିବୃତିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଅନ୍ୟପଟେ ବେପାରୀମାନେ ସେମାନଙ୍କ ଦୀର୍ଘ ଦିନର ବେପାରକୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବେ ଏବଂ ତେଲ ଲୁଣ ସଂସାର କିପରି ଚାଲିବ ସେନେଇ ଆତଙ୍କିତ ଅବସ୍ଥାରେ ଦିନ ଗଣୁଛନ୍ତି । ସେମାନଙ୍କୁ ସରକାର ଥଇଥାନ କଲା ପରେ ଉଚ୍ଛେଦ ପ୍ରକ୍ରିୟା ହେବ ବୋଲି ସେମାନେ ଆଶା କରିଥିଲେ । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସାୟୀଙ୍କ ପ୍ରତି ସାମାନ୍ୟ ଅନୁକମ୍ପା ନଥିଲା ପରି ଲାଗୁଛି ବୋଲି ବ୍ୟବସାୟୀମାନେ କହୁଛନ୍ତି ।