ନୂଆଦିଲ୍ଲୀ,ଏଜେନ୍ସି: ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଆସୁଥିବା ଜଣାପଡ଼ିଛି। ତେବେ ଏହି ଯୁଦ୍ଧ ବିମାନଗୁଡ଼ିକ ବୁଧବାର ଆସି ଭାରତର ଅମ୍ବାଲା ବିମାନଘାଟିରେ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ବିମାନ ଭାରତ ଆସୁଛି। ଭାରତୀୟ ବାୟୁସେନାର ପାଇଲଟମାନେ ଫ୍ରାନ୍ସରୁ ଏହି ବିମାନ ଆଣୁଛନ୍ତି। ବାଟରେ କେବଳ ଇନ୍ଧନ ଭରିବା ଲାଗି ବିମାନଗୁଡ଼ିକ ୟୁନାଇଟେଡ ଆରବ ଏମିରେଟସର ଅଲ ଧାଫରା ବିମାନଘାଟିରେ ଅବତରଣ କରିବେ ବୋଲି ସୂଚନା ମିଳିଛି।
