ଜିଲ୍ଲାରେ ୫ ନୂଆ ପଜିଟିଭ ଚିହ୍ନଟ, ସୁସ୍ଥ ହୋଇ ଫେରିଲେ ୧୦

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୧ରେ ପହଞ୍ଚିଛି। ଜିଲ୍ଲାର ବିଜାତୋଳା, ଶୁକୃଳି ଓ ବଡ଼ସାହି ଆଦି ପ୍ରତ୍ୟେକ ବ୍ଲକ୍ ଅଞ୍ଚଳରୁ ଜଣେ ଲେଖାଏଁ ମୋଟ ୩ ଜଣ ଓ ବାଙ୍ଗିରିପୋଷି ବ୍ଲକରୁ ବ୍ଲକରୁ ୨ ଜଣଙ୍କୁ ମିଶାଇ ମୋଟ୍ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟିନରେ ଥିବାବେଳେ ବଡ଼ସାହି ବ୍ଲକରୁ ଜଣେ ସ୍ଥାନୀୟ ରହିଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୦ ଜଣ ସୁସ୍ଥହୋଇ ଫେରିଥିବାର ଜଣାପଡ଼ିଛି। ଜୁନ ୨୯ ସୁଦ୍ଧା ଜିଲ୍ଲାରେ ୧୪୦ ଜଣ ସୁସ୍ଥହୋଇ ଫେରିଥିବାବେଳେ ସକ୍ରିୟ ସଂଖ୍ୟା ଆଜିକୁ ୬୦ରେ ପହଞ୍ଚିଛି। ଜଣେ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ୟାନସର ଅସ୍ତ୍ରୋପ୍ରଚାର ପରେ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।