ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୧ରେ ପହଞ୍ଚିଛି। ଜିଲ୍ଲାର ବିଜାତୋଳା, ଶୁକୃଳି ଓ ବଡ଼ସାହି ଆଦି ପ୍ରତ୍ୟେକ ବ୍ଲକ୍ ଅଞ୍ଚଳରୁ ଜଣେ ଲେଖାଏଁ ମୋଟ ୩ ଜଣ ଓ ବାଙ୍ଗିରିପୋଷି ବ୍ଲକରୁ ବ୍ଲକରୁ ୨ ଜଣଙ୍କୁ ମିଶାଇ ମୋଟ୍ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟିନରେ ଥିବାବେଳେ ବଡ଼ସାହି ବ୍ଲକରୁ ଜଣେ ସ୍ଥାନୀୟ ରହିଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
