୫ ମୋବାଇଲ ଜବତ, ଜଣେ ଗିରଫ

ରାୟଗଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ପୁଲିସ ଜଣେ ମୋବାଇଲ ଚୋରକୁ ଗିରଫ କରି ତା ଠାରୁ ୫ ଟି ମୋବାଇଲ ଜବତ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, ଗତ ୧୨ ତାରିଖ ଦିନ ରାୟଗଡ଼ା ସହରର ଓଭରବ୍ରିଜ ନିକଟରେ ଥିବା ମାନସ ଟ୍ରେଡିଙ୍ଗ ମୋବାଇଲ ଦୋକାନରୁ ୫ଟି ମୋବାଇଲ ସହ କିଛି ମୋବାଇଲ ଏସୋସରିସ୍ ଚୋରି ହୋଇଥିଲା। ଏନେଇ ଦୋକନା ମାଲିକ ରାଧା ଗୋବିନ୍ଦ ଦୋରା ରାୟଗଡା ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ପୁଲିସ ଜେ.ସତିଶ (୧୯ ) ନାମକ ଯୁବକକୁ ଗିରଫ କରିଥିଲା। ଯୁବକ ଜଣକ ପଡୋଶୀ ଜିଲ୍ଲା ଆନ୍ଧ୍ରପ୍ରଦେଶ ବିଜୟନଗର ଟାଉନ ୧ର ବାସିନ୍ଦା ବୋଲି ଜଣାପଡିଛି। ତା’ଠାରୁ ଚୋରି ହୋଇଯାଇଥିବା ସମସ୍ତ ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହାପରେ ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଦୋକାନା ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ରାୟଗଡା ଥାନାରେ ଜେ.ସତିଶ ନାମରେ ମାମଲା ରୁଜୁ ହୋଇଛି।