ଗୁଜୁରାଟରେ ମଧ୍ୟ କଂଗ୍ରେସକୁ ଝଟକା, ୫ ବିଧାୟକ ଦେଲେ ଇସ୍ତଫା

ରାଜ୍ୟସଭା ନିର୍ବାଚନ ପୂର୍ବରୁ ହିଁ ଗୁଜୁରାଟରେ କଂଗ୍ରେସକୁ ଝଟକା ଲାଗିଛି । ଗୁଜୁରାଟ କଂଗ୍ରେସର ୪ ବିଧାୟକ ଇସ୍ତଫା ଦେଇଛନ୍ତି ।  ଏଥିସହିତ କିଛି ବିଧାୟକଙ୍କୁ  ଜୟପୁର ପଠାଯାଇଛି ।  ତେବେ ଏହି ୫ ବିଧାୟକ ନିଜ ଇସ୍ତଫା ପତ୍ର  ବିଧାନସଭା ଅଧ୍ୟକ୍ଷଙ୍କୁ ଦେଇଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ନାମ ଆସନ୍ତା କାଲି ବିଧାନସଭା ଅଧ୍ୟକ୍ଷ  ଘୋଷଣା କରିବେ ।

ଏଠି କହି ରଖୁଛୁ ଯେ, ମଧ୍ୟପ୍ରଦେଶର ରାଜନୀତିରେ ଶଙ୍କଟ ମଧ୍ୟରେ ରାଜ୍ୟସଭା ନର୍ବାଚନ ପାଇଁ କଂଗ୍ରେସ ଗୁଜୁରାଟକୁ ନିଜର ଅକ୍ତିୟାରକୁ ନେବା ପାଇଁ ଲାଗିପଡିଥିଲା ।  ଏନେଇ ଶନିବାର ଦିନ କଂଗ୍ରେସ ନିଜର ୧୪ ବିଧାୟକଙ୍କୁ ଜୟପୁର ଶିଫ୍ଟ କରିଥିଲା ।  ତେବେ ଆଜି ୫ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି ।