ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ସମସ୍ତଙ୍କ ସୁରକ୍ଷା ନିମନ୍ତେ ପର୍ଯ୍ୟଟକ ଓ ସେବାୟତମାନଙ୍କୁ କରୋନା ସମ୍ପର୍କରେ ସଚେତନତା କରାଯାଇଛି। ମାକ୍ସ ବ୍ୟବହାର କରିବା, ବାରମ୍ବାର ହ୍ୟାଣ୍ଡୱାସ୍ରେ ହାତ ସଫା କରିବା, ଭିଡ଼ରୁ ଦୂରାଇ ରହିବା ନେଇ ସତର୍କତା କରାଯାଇଥିଲା। ଶାନ୍ତି ଫାଉଣ୍ଡେସନ୍ ଓ ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଗଠନ(ପିଡିଏଚ୍ଆର୍ଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ମନ୍ଦିର ସିଂହଦ୍ୱାରଠାରେ ଏହି ସଚେତନତା କରାଯାଇଥିଲା।
