ହରିଦ୍ବାର ଧର୍ମ ସଂସଦରେ ବିବାଦୀୟ ବୟାନ ଘଟଣା: ତଦନ୍ତ ପାଇଁ ୫ ଜଣିଆ ସ୍ବତନ୍ତ୍ର ଦଳ

ଡେରାଡୁନ,ଏଜେନ୍ସି: ହରିଦ୍ବାର ଧର୍ମ ସଂସଦରେ ବିବାଦୀୟ ବୟାନ ଘଟଣାରେ ଆସିଛି ଏକ ନୂଆ ଟ୍ବିଷ୍ଟ। ଘଟଣାରେ ଅନ୍ୟ ଦୁଇଜଣଙ୍କ ନାମ ବାହାରକୁ ଆସିଛି। ମାମଲାର ତଦନ୍ତ ପାଇଁ ୫ ଜଣିଆ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି।

ଗରୱାଲ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) କରଣ ସିଂ ନାଗନଆଲ କହିଛନ୍ତି ଯେ ହରିଦ୍ବାରରେ ଧର୍ମ ସଂସଦରେ ବିବାଦୀୟ ମାମଲାର ଯାଞ୍ଚ ପାଇଁ ଏସପି ସ୍ତରୀୟ ଅଧିକାରୀଙ୍କ ଅଧୀନରେ ଏକ ୫ ଜଣିଆ ଏସଆଇଟି ଗଠନ କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଆଇଜି। ବିବାଦୀୟ ବୟାନକୁ ନେଇ ଭାଇରାଲ ହୋଇଥିବା ଭିଡିଓରେ ଆଉ ଦୁଇଜଣଙ୍କ ନାମ ସାମ୍ନାକୁ ଆସିଛି। ସେମାନେ ହେଲେ ସାଗର ସିନ୍ଧୁ ମହାରାଜା ଓ ୟାତି ନରସିଂହାନନ୍ଦ ଗିରି। ଘଟଣାରେ ଉଭୟଙ୍କ ବିରୋଧରେ ଧାରା ୨୯୫ ଏ ଅଧୀନରେ ମାମଲା ରୁଜ୍ଜୁ ହୋଇଥିବା କହିଛନ୍ତି ଉତ୍ତରାଖଣ୍ଡର ପୋଲିସର ମହାନିର୍ଦ୍ଦେଶକ ଅଶୋକ କୁମାର।