୫ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରୁ ଆଜି ଦୁଇ ଦୁର୍ବୃତ୍ତ ମହିଳା କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସ୍ଥାନୀୟ କୋପରେଟିଭ ବ୍ୟାଙ୍କର ଆକାଉଣ୍ଟାଣ୍ଟ ଅନ୍ନପୂର୍ଣା ମିଶ୍ର ବ୍ୟାଙ୍କ ପାଇଁ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୫ ଲକ୍ଷ ଟଙ୍କା ଉଠାଇ ନେଉଥିବାବେଳେ ଦୁର୍ବୃତ୍ତ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ, ଚମ୍ପୁଆ ଏସଡିପିଓ ପହଞ୍ଚି ତନାଘନା ଜାରି ରଖିଥିଲେ ହେଁ ଲୁଟେରାଙ୍କ କୌଣସି ପତ୍ତା ମିଳିନି।